Latest Odisha News

କନ୍ୟା ବେଶରେ ସଜେଇ ହୋଇ ଯୁବତୀ କରୁଥିଲେ ରିଲ୍‌ସ, ପୋଲିସ ଘରକୁ ପଠାଇଲା ଚାଲାଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବଢୁଥିବା ଧାରା ଲୋକଙ୍କୁ ରିଲ ଏବଂ ଭିଡିଓ ତିଆରି କରିବା ପଛରେ ପାଗଳ କରିଦେଇଛି । କେତେବେଳେ, କେଉଁଠାରେ ଏବଂ କିପରି ଏକ ରିଲ୍ ତିଆରି କରିବେ ସେନେଇ ସମସ୍ତେ ପାଗଳ । ଏବେ ବର ଏବଂ କନ୍ୟା ସେମାନଙ୍କ ବିବାହ ଫଟୋ ସୁଟ୍ ଏବଂ ଭିଡିଓ ପାଇଁ ରିଲ୍ ମୋଡକୁ ଯାଉଛନ୍ତି । ସର୍ବସାଧାରଣ ସ୍ଥାନଗୁଡିକୁ ସେମାନଙ୍କର ସୋସିଆଲ୍ ମିଡିଆ ମାଧ୍ୟମ କରିଛନ୍ତି । ଏବେ ଜଣେ ଯୁବତୀ କନ୍ୟା ବେଶରେ ସଜ୍ଜିତ ହୋଇ ଲେହେଙ୍ଗା ପିନ୍ଧି ସ୍କୁଟିରେ ରିଲ୍ସ କରିବା ମହଙ୍ଗା ପଡ଼ିଛି । ଏହାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେଉଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ କନ୍ୟା ବେଶରେ ସଜେଇ ହୋଇ ଏକ ଲେହେଙ୍ଗା ପିନ୍ଧି ବ୍ୟସ୍ତବହୁଳ ରାସ୍ତାରେ ସ୍କୁଟି ଚଳାଉଛନ୍ତି । ଏହି ସମୟରେ ସେ ହେଲମେଟ୍ ପିନ୍ଧି ନାହାନ୍ତି । ଯୁବତୀ ଜଣକ କେବଳ ଟ୍ରାଫିକ ନିୟମ ଉଲ୍ଲଂଘନ କରିନାହାନ୍ତି , ବରଂ ସୁରକ୍ଷା ଦୃଷ୍ଟିରୁ ଏକ ବଡ ଅବହେଳା କରିଛନ୍ତି । ଏଥିସହ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନ ଥିଲା । ଆଉ ସେ ଏହାକୁ ରିଲ୍ସ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।

ଏହି ଭିିଡ଼ିଓ ଦେଖିବା ମାତ୍ରେ ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ଡ୍ରାଇଭିଂ ଲାଇସେନ୍ସ ନ ଥିବା ଏବଂ ହେଲମେଟ ନ ପିନ୍ଧିବା ଦର୍ଶାଇ ପୋଲିିସ ଯୁବତୀଙ୍କ ଘରକୁ ୬ ହଜାର ଟଙ୍କାର ଚାଲାଣ ପଠାଇଛି । ହେଲମେଟ ନ ପିନ୍ଧିବା ପାଇଁ ୧୦୦୦ ଏବଂ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୦୦୦ ଟଙ୍କାର ଚାଲାଣ କାଟିଛି ପୋଲିସ । ଦିଲ୍ଲୀ ପୋଲିସ କନ୍ୟାର ଭିଡିଓ ଏବଂ ଚାଲାଣର ଏକ କପି ନିଜ ଅଫିସିଆଲ ଆକାଉଣ୍ଟରେ ସେୟାର କରିଛି । ଦିଲ୍ଲୀ ପୋଲିସର ଏହି ପଦକ୍ଷେପକୁ ଲୋକମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.