Latest Odisha News

BREAKING NEWS

ପ୍ଲାଟଫର୍ମରେ ରିଲ୍ସ କରୁଥିବାବେଳେ ଯୁବତୀ ଖାଇଲେ ଶକ୍ତ ଚାପୁଡା

ଆଜିକାଲି ଯୁବପୀଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ କମ୍ ସମୟରେ ଲୋକପ୍ରିୟ ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ସ୍ଥାନ,କାଳ,ପାତ୍ର ବି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ଜଣେ ଯୁବତୀ ନାଚିବାବେଳେ ଏପରି କାର୍ଯ୍ୟ କରିଥିଲେ ଯେ ତାଙ୍କ ସାମ୍ନାରେ ଥିବା ଯୁବକ କ୍ରୋଧିତ ହୋଇ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ । ସେ ପୁଣି ନାଚିବା ଆରମ୍ଭ କରୁଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ରିଲ୍ସ କରିବା ପାଇଁ ଏକ ପ୍ଲାଟଫର୍ମରେ ଡ଼୍ୟାନ୍ସ କରୁଛନ୍ତି । ନାଚିବା ସମୟରେ ସେ ତାଙ୍କର ହୋସ ହରାଇଛନ୍ତି । ଏହାପରେ ସେ ହଠାତ୍ ରେଲୱେ ପ୍ଲାଟଫର୍ମ ଦେଇ ଯାଉଥିବା ଯୁବକଙ୍କ ସହ ଧକ୍କା ହେଉଛନ୍ତି । ଆଉ ଯୁବକ ଜଣଙ୍କ ହାତରେ ଧରିଥବା ଜିନିଷପତ୍ରସବୁ ଟ୍ରେନ୍ ଟ୍ରାକ୍ ଉପରେ ପଡିଯାଇଛି । ଏଥିରେ ସେ ରାଗିଯାଇ ଉକ୍ତ ଯୁବତୀଙ୍କୁ ଏକ ଶକ୍ତ ଚାପୁଡା ମାରିଛନ୍ତି । ତଥାପି ଯୁବତୀଙ୍କ କୌଣସି ପ୍ରଭାବ ପଡ଼ିନାହିଁ । ସେ ପୁଣି ତାଙ୍କର ଡ଼୍ୟାନ୍ସ ଜାରି ରଖିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ନିଜ ହସକୁ ନିୟନ୍ତ୍ରଣ କରି ନ ପାରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଲୋକମାନେ ଏହି ପୋଷ୍ଟକୁ ନେଇ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । ଏଥିସହିତ ଅନେକ ୟୁଜର୍ସ ମଧ୍ୟ ଯୁବତୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.