ବାଲେଶ୍ୱର:ବାଲେଶ୍ବର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଭାଇଭଉଣୀଙ୍କୁ ହାଣିଲା ଯୁବକ । ଗୁରୁତର ଭାଇଭଉଣୀ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ କଟକ SCBକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାମୁତାବକ, ବିଷ୍ଣୁପ୍ରିୟା ନନ୍ଦୀ ନିଜ ମା ଓ ମାମୁଙ୍କ ସହ ଅପୋସ ବୁଝାମଣା ପାଇଁ ଷ୍ଟେସନ ପରିସରରେ ପୂର୍ବତନ ପ୍ରେମିକ ଯତୀନ ପ୍ରଧାନ ସହ ଆଲୋଚନା କରୁଥିଲେ। ଏହାପରେ କଥା କଟାକଟି ନେଇ ପ୍ରେମିକାର ମାମୁ ଓ ମାକୁ ଧାରୁଆ ଅସ୍ତ୍ରରେ ହାଣିଥିଲା ପ୍ରେମିକ। ହଣାକଟା ପରେ ଅଭିଯୁକ୍ତ ଯତୀନ ପ୍ରଧାନ ସେଠାରୁ ଚମ୍ପଟ ମାରିଥିଲେ । କିନ୍ତୁ ଗାଡ଼ିରେ ପେଟ୍ରୋଲ ସରିଯିବାରୁ ଅଭିଯୁକ୍ତକୁ କାବୁ କରିଛି ସୋର ଥାନା ପୋଲିସ।