Latest Odisha News

BREAKING NEWS

Nikhil murder case in Rayagada:ବହୁ ଚର୍ଚ୍ଚିତ ନିଖିଲ ହତ୍ୟାକାଣ୍ଡକୁ ନେଇ ସହରରେ ପୁଣି ଉତ୍ତେଜନା; ଥାନା ଆଗରେ ପଥର ଫିଙ୍ଗାଫିଙ୍ଗି…

ରାୟଗଡ଼ା:ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡକୁ ନେଇ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ପିଟଲା ସାହି ଓ ରେଲି ସାହି ଯୁବକଙ୍କ ମଧ୍ୟରେ ଗାଳିଗୁଲଜ ଓ ମାରପିଟ ଭଳି ଘଟଣା ଘଟିଛି। ଗତକାଲି ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଉଭୟ ସାହିର ଉତ୍ୟକ୍ତ ଲୋକମାନେ ଢେଲା ପଥର ଫିଙ୍ଗାଫିଙ୍ଗି ହୋଇଥିଲେ। ଫଳରେ ଉଭୟ ଗୋଷ୍ଠୀର ୩ ଜଣ ଆହତ ହୋଇଛନ୍ତି ।

ଆହାତମାନେ ହେଲେ ପିଟିଲାସାହିର ଆନ୍ନାମାଝୀ ଯାକକା, ତ୍ରିନାଥ ମେଲେକା ଓ ରେଲି ସାହିର ଶୁଣ୍ଢୀ ସୂରଜ । ପୋଲିସ ଆହତମାନଙ୍କୁ ଡି ଏଚଏଚ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ଏପଟେ ଥାନା ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

ଖବରମୁତାବକ, ପିଟଲା ସାହିରେ ପଶି ରେଲିସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ ସହ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ରେଲି ସାହିର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା। ଥାନା ସମ୍ମୁଖରେ ମାରପିଟ ସହିତ ଢେଲା ମାଡ଼ ହୋଇଛି ।

ସୂଚନାଥାଉକି, କିଛି ଦିନ ତଳେ ହାଡପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲଙ୍କ ସହ ଅନ୍ୟ ୮ ଜଣକୁ ପୋଲିସ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ।

Leave A Reply

Your email address will not be published.