କଟକ:ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତଦନ୍ତର ତଥ୍ୟ ଓ ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟରେ ଜାମିନ ଖାରଜ କରାଯାଇଛି ।
ସ୍ୱାସ୍ଥ୍ୟଗତ କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ ଜାମିନ ପାଇଥିଲେ। କିନ୍ତୁ ସଦ୍ୟ ନିର୍ଦ୍ଦେଶନାମାରେ ମୁନା ମହାନ୍ତିଙ୍କ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରାଯାଇଛି। ଆଗାମୀ ୩ ସପ୍ତାହ ଭିତରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ ।ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି ।