Latest Odisha News

BREAKING NEWS

ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ; ୨୩ ଜଣଙ୍କୁ ଉଠାଇନେଲା ପୋଲିସ

କଟକ: କଟକ ଜିଲ୍ଲା ମାଣିଆବନ୍ଧ ଅଞ୍ଚଳରେ ଚାଞ୍ଚଲ୍ୟ । ଯୁବକଙ୍କୁ ହତ୍ୟା କରି ପୋଡିଦେଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତାଳମୁଣ୍ଡଳୀ ଶବରସାହି ଗାଁରେ । ମୃତକଙ୍କ ପରିଚୟ ଉକ୍ତ ଗାଁର ଟିକନ ବେହେରା ବୋଲି ଜଣାପଡିଛି । ଘଟଣା ପରେ ବଡମ୍ବା ଓ ମାଣିଆବନ୍ଧ ଥାନା ସମ୍ମୁଖରେ ପ୍ରତିବାଦ କରିଛନ୍ତି ଗାଁର ମହିଳା ମାନେ ।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ମାନେ ଟିକନକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଶବରସାହି ଗାଁର ୨୩ ଜଣଙ୍କୁ ଉଠାଇନେଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା ଜାରି ରଖିଛି ମାଣିଆବନ୍ଧ ପୋଲିସ । ଘଟଣା ପରେ ଗାଁ ପୁରା ପୁରୁଷ ଶୁନ୍ୟ ହୋଇଯାଇଛି ।

ଅନ୍ୟପଟେ, ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର ଉମେଶ ରଥ ତାଙ୍କ ସ୍ତ୍ରୀଙ୍କୁ ଧରି ବାଇକ୍‌ରେ ଯାଉଥିବା ବେଳେ ଗିରି ରୋଡ୍‌ ମୁଖ୍ୟ ରାସ୍ତାରେ ତାଙ୍କୁ କେତେଜଣ ଦୁର୍ବୃତ୍ତ ଅଟକାଇ ବାଉଁଶରେ ପିଟିଛନ୍ତି । ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ସ୍ତ୍ରୀ ଗାୟତ୍ରୀ ରଥ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.