Latest Odisha News

BREAKING NEWS

ଓଭରବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପ୍ରକ୍ୟେକ ଦିନ ରାଜଧାନୀରେ କିଛି ନା କିଛି ଅଘଟଣ ଘଟୁଥିବା ନଜର ରହିଛି । ଅଜି ମଧ୍ୟ ଭୁବନେଶ୍ୱରର ସତ୍ୟନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

BjdElectrycity

ସୂଚନା ଅନୁସାରେ ରାଜଧାନୀ ସତ୍ୟନଗର ବ୍ରିଜ୍ ଉପରୁ ଟ୍ରେନ ଲାଇନକୁ ଡେଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ଓଭର ବ୍ରିଜ ତଳୁ ରେଳ ଧାରଣା ନିକଟରୁ ମୃତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଆତ୍ମହତ୍ୟା କରିବା ସମୟରେ ଯୁବକ ଜଣକ ୧୧ କେଭି ତାରକୁ ଧରି ଡେଇଁଥିବା ସୂଚନା ରହିଛି । ତେବେ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ।

ମୃତ ଯୁବକ ହେଉଛନ୍ତି ଦିଲ୍ଲୀର ଅମିତ କୁମାର ଯାଦବ । ତାଙ୍କ ବୟସ ୨୫ ରୁ ୨୬ ବର୍ଷ ମଧ୍ୟରେ ହେବ। ଯୁବକର ପିଠିରେ କିଛି ଅଂଶ ପୋଡ଼ି ଯାଇଥିବା ଦେଖା ଯାଇଛ । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ରେଳବାଇ ପୋଲିସ ଘଟଣା ସ୍ଥଳରେ ମଧ୍ୟ ପହଞ୍ଚିଛି । ପୋଲିସ୍ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

Comments are closed, but trackbacks and pingbacks are open.