Latest Odisha News

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଜଣେ କର୍ମଚାରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ । ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

BjdElectrycity

ଗତକାଲି ରାତିରେ ପେଟ୍ରୋଲ ପମ୍ପକୁ ବାଇକରେ ତେଲ ପକାଇବାକୁ ୨ ଜଣ ଯୁବକ ଆସିଥିଲେ । ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀ ଓ ବାଇକ୍ ଆରୋହୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତ ଗୁଳିମାଡ଼ କରି ସେଠାରୁ ଚମ୍ପଟ ମାରିଥିଲେ ।

ଏଥିରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ଲକ୍ଷ୍ମୀସାଗର ଥାନା ପୋଲିସ ।

Leave A Reply

Your email address will not be published.