Latest Odisha News

BREAKING NEWS

ଶାଙ୍ଘାଇରେ ଲଗାତାର ନୂଆ କେସ୍ ଚିହ୍ନଟ: ସରକାରଙ୍କୁ ପୁଣି ଘାରିଲା କରୋନା ଚିନ୍ତା

ଦିଲ୍ଲୀ: ଚୀନ ପୁଣି ଥରେ ମହାମାରୀ କବଜାକୁ ଆସିଛି । କରୋନାର ଓମିକ୍ରନ ଭାରିଆଣ୍ଟର ବଢ଼ୁଥିବା ମାମଲାକୁ ନେଇ ସରକାର ଏବେ ଚିନ୍ତାରେ ପଡିଛନ୍ତି । ଚୀନର ଆର୍ଥିକ ରାଜଧାନୀ ଶାଙ୍ଘାଇରେ ଲଗାତାର ନୂଆ କେସ୍ ଚିହ୍ନଟ ହେଉଛି, ଏଥିରୁ ମୁକୁଳିବା ପାଇଁ ସରକାର ସେଠାରେ ଲକଡାଉନ୍ ଲଗାଇବାକୁ ଘୋଷଣା କରିଛନ୍ତି ।

ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର ଶାଙ୍ଘାଇ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ନିଜର ପୂର୍ବଭାଗ ବନ୍ଦ କରିଦେବ । ଏହା ପରେ ୧ ଏପ୍ରିଲରୁ ତାହାର ପଶ୍ଚିମ ଭାଗରେ ଏହିପରି ଲକଡାଉନ୍ ଲାଗିବ । ତେବେ ଶାଙ୍ଘାଇ୨୫ ମିଲିଅନ୍ ଜନସଂଖ୍ୟା ବିଶିଷ୍ଟ ମହାନଗର, ଯାହାକି ସଂକ୍ରମଣର ହଟସ୍ପଟ୍ ପାଲଟିଛି ।
ମାର୍ଚ୍ଚର ଆରମ୍ଭରୁ ସେଠାରେ କରୋନା ମହାମାରୀ ମାମଲା ବଢ଼ିବାରେ ଲାଗିଛି । ରବିବାର ଦିନ ସେଠାରେ ୪,୫୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି ।

Leave A Reply

Your email address will not be published.