Latest Odisha News

BREAKING NEWS

ଖୋର୍ଦ୍ଧାରେ ବଜ୍ରପାତ ନେଲା ଯୁବକଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମଙ୍ଗଳବାର ଦିନ ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି ।

BjdElectrycity

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ୧୬ ନଂ ଜାତୀୟ ରାଜପଥରେ ଜଣେ ଯୁବକ ବାଇକ୍ ନେଇ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ନିକଟରେ ବଜ୍ରାଘାତ ହୋଇଥିଲା । ବଜ୍ରପାତର ତୀବ୍ରତା ଏତେ ଅଧିକ ଥିଲା ଯେ, ଯୁବକ ଜଣକ ସମ୍ପୂର୍ଣ୍ଣ ଜଳିଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସିଥିଲେ । ମୃତକ ଜଣକ ରାମକୃଷ୍ଣ ଦାଶ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଭୁବନେଶ୍ୱର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିୟାଲ୍ ଇଷ୍ଟେଟସ୍ଥିତ ଏକ ଘରୋଇ କମ୍ପାନୀରେ ସେଲ୍‌ସ ଏକଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.