Latest Odisha News

BREAKING NEWS

ସଟ୍‌ଡାଉନ ବୃଦ୍ଧି ନେଇ ଗୁଜବକୁ ଖଣ୍ଡନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ବ୍ୟତୀତ ସଟ୍‌ଡାଉନ୍ ବୃଦ୍ଧି କରାଯିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ୍ତ ଜେନା ।

ଅନ୍ୟଦିନ ସଟ୍‌ଡାଉନ୍ ବୃଦ୍ଧି ହେବା ନେଇ ଏବେ ଚାଲିଥିବା ଗୁଜବ ଉପରେ ଜନସାଧାରଣ ଆଦୌ ବିଶ୍ୱାସ କରିବା ଉଚିତ୍ ନୁହେଁ । ଏହି ଗୁଜବକୁ ବିଶ୍ୱାସ କରି ଜନସାଧାରଣ ଅଯଥା ଆଗୁଆ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣାକିଣି କରିବା ଉଚିତ୍ ନୁହେଁ । ଏପରିକି ଏହିସବୁ ଗୁଜବକୁ ବିଶ୍ୱାସ କରି ଆତଙ୍କିତ ନ’ହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସଆରସି ଶ୍ରୀ ଜେନା ।

ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଯୋଗୁଁ ଚଳିତ ମାସ ୩୦ ତାରିଖ ଯାଏଁ ପ୍ରତି ସପ୍ତାହ ଶନିବାର ଓ ରବିବାର ଦିନ ୧୧ଟି ଜିଲ୍ଲାରେ ସଟ୍‌ଡାଉନ ରଖାଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଯେଉଁ ୧୧ଟି ଜିଲ୍ଲାରେ ଅଧିକ କରୋନା ଭୂତାଣୁ ସଂକ୍ରମଣ ହୋଇଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ (୬୪୯), ପୁରୀ (୧୦୮), ନୟାଗଡ଼ (୯୩), କଟକ (୧୮୯), ଜଗତସିଂହପୁର (୯୭), କେନ୍ଦ୍ରାପଡ଼ା (୧୬୯), ଖୋର୍ଦ୍ଧା (୨୭୬), ଯାଜପୁର (୩୨୬), ଭଦ୍ରକ (୧୫୧), ବାଲେଶ୍ୱର (୧୯୭) ଏବଂ ବଲାଙ୍ଗୀର (୧୨୩) ଜଣ ।

Leave A Reply

Your email address will not be published.