Latest Odisha News

୧୯ ମାର୍ଚ୍ଚରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ; ସତର୍କ ହୋଇଯାଆନ୍ତୁ କଣ୍ଟେଣ୍ଟ କ୍ରିଏଟର୍ର୍‌ସ, ନଚେତ୍…

ନୂଆଦିଲ୍ଲୀ: ୟୁଟ୍ୟୁବ ନିରନ୍ତର ଏହାର ପ୍ଲାଟଫର୍ମର ନିୟମକୁ କଡ଼ାକଡ଼ି କରୁଛି । ବର୍ତ୍ତମାନ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛି ଏବଂ ଏହାର ପ୍ଲାଟଫର୍ମରୁ ୯.୫ ନିୟୁତରୁ ଅଧିକ ଭିଡିଓ ଡିଲିଟ୍ କରିଛି । ବିଷୟବସ୍ତୁ ଉଲ୍ଲଂଘନ ଯୋଗୁଁ ୟୁଟ୍ୟୁବ ଏହି ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଛି । ଏବେ, କମ୍ପାନୀ କ୍ରିୟଟର୍ସଙ୍କ ପାଇଁ ଆଉ ଏକ ବଡ଼ ସତର୍କତା ଜାରି କରିଛି ।

ୟୁଟ୍ୟୁବ ଦ୍ୱାରା ଘୋଷଣା କରାଯାଇଛି ଯେ ଅନଲାଇନ ଜୁଆ ବିଷୟବସ୍ତୁ ସୃଷ୍ଟି କରୁଥିବା କ୍ରିଏଟରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମ୍ପାନୀ ଘୋଷଣା କରିଛି ଯେ ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ୍ କିମ୍ବା ୱେବସାଇଟ୍ ପ୍ରଚାର କରୁଥିବା ଭିଡିଓ ତିଆରି କରନ୍ତି ସେମାନଙ୍କୁ ପ୍ଲାଟଫର୍ମରେ ନିଷିଦ୍ଧ କରାଯିବ ।

ଯେଉଁ କ୍ରିଏଟରମାନେ ସେମାନଙ୍କ ବିଷୟବସ୍ତୁରେ ଗୁଗୁଲ୍ ଦ୍ୱାରା ଅନୁମୋଦିତ ନୁହେଁ, ସେମାନେ ଜୁଆ ସେବାର ଲୋଗୋ କିମ୍ବା ଲିଙ୍କ୍ ପ୍ରଦର୍ଶନ କରିବେସେମାନଙ୍କ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯିବ । କମ୍ପାନୀର ନୂଆ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି । ୟୁଟ୍ୟୁବ କହିଛି ଯେ, ଏହି ନିଷ୍ପତ୍ତି କାସିନୋ ଗେମ୍ସ ଏବଂ ଆପ୍ସ ସମେତ ଜୁଆ ବିଷୟବସ୍ତୁର କ୍ରିଏଟରମାନଙ୍କୁ ମୁଖ୍ୟତଃ ପ୍ରଭାବିତ କରିବ, କିନ୍ତୁ ଯୁବ ଦର୍ଶକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ ।

ନିୟମ ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ ୟୁଟ୍ୟୁବ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, ୟୁଟ୍ୟୁବର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ ଡିଲିଟ କରାଯାଇଥିଲା । ଏହା ବିଶ୍ୱର କୌଣସି ଦେଶରେ ଡିଲିଟ କରାଯାଇଥିବା ଭିଡିଓର ସର୍ବାଧିକ ସଂଖ୍ୟା ।

 

Comments are closed.