Latest Odisha News

BREAKING NEWS

ଦିବାରାତ୍ର ଟେଷ୍ଟ: ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ଆଡିଲେଡ: ଆଡିଲେଡ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ଓଭରାଲ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ଶୁକ୍ରବାର ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୩୩/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ମାତ୍ର ୧୧ ରନରେ ବାକି ୪ ଉଇକେଟ ହରାଇଥିଲା । ଟିମ୍ ଇଣ୍ଡିଆର ୨୪୪ ପ୍ରଥମ ଇନିଂସ ସ୍କୋର ଜବାବରେ ଅଷ୍ଟ୍ରେଲିଆ ୧୯୧ ରନରେ ଅଲଆଉଟ ହୋଇ ଯାଇଥିଲା । ଭାରତର ଶୃଙ୍ଖଳିତ ବୋଲିଂ ଆଗରେ କଙ୍ଗାରୁ ଦଳ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଥିଲା ।

ରବିଚନ୍ଦ୍ରନ ଅଶ୍ୱିନ ୪, ଉମେଶ ଯାଦବ ୩ ଓ ଯଶପ୍ରୀତ ବୁମରା ୨ଟି ଉଇକେଟ ଅକ୍ତିଆର କରିଥିଲେ । ଅଧିନାୟକ ଟିମ୍ ପେନ୍ ଅପରାଜିତ ୭୩ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୧ ଉଇକେଟ ହରାଇ ୯ ରନ କରିଛି । ମୟଙ୍କ ଅଗ୍ରୱାଲ ୫ ଓ ବୁମରା କୌଣସି ରନ ନ କରି ଅପରାଜିତ ରହିଛନ୍ତି । ପୃଥ୍ୱୀ ଶ ୪ରନ କରି ପ୍ୟାଭିଲିୟନ ଫେରିଯାଇଛନ୍ତି ।

Leave A Reply

Your email address will not be published.