Latest Odisha News

BREAKING NEWS

ବଦଳିଲା ‘ଜୋମାଟୋ’ ନାମ… 

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ନାମ ପରିବର୍ତ୍ତନ ହୋଇଛି। ଜୋମାଟୋର ବୋର୍ଡ ବୈଠକରେ ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି।

ଜୋମାଟୋ ଏବେ ଇଟର୍ନାଲ୍ ନାମରେ ପରିଚିତ ହେବ। କମ୍ପାନୀ ବିଏସଇକୁ ଏକ ରେଗୁଲାଟରୀ ଫାଇଲିଂରେ ଏନେଇ ସୂଚନା ଦେଇଛି।

ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି ଯେ ସେମାନେ ବହୁତ ଦିନ ଧରି କମ୍ପାନୀ ପାଇଁ ଇଟର୍ନାଲ ଶବ୍ଦ ବ୍ୟବହାର କରିଆସୁଛନ୍ତି। ଯେତେବେଳେ ଆମେ ବ୍ଲିଙ୍କିଟ୍ କିଣିଥିଲୁ ସେତେବେଳେ ହିଁ ଆମେ ଜୋମାଟୋ ବଦଳରେ ପାରେଣ୍ଟ କମ୍ପାନୀକୁ ଇଟର୍ନାଲ୍ ଡାକିବା ଆରମ୍ଭ କରିଥିଲୁ।

ଏହା କମ୍ପାନୀ ଏବଂ ବ୍ରାଣ୍ଡ/ଆପ୍ ମଧ୍ୟରେ ପାର୍ଥକ୍ୟ ଦେଖାଇବା ପାଇଁ ଉଦ୍ଦିଷ୍ଟ ହେବ। ଆମେ କମ୍ପାନୀ ଜୋମାଟୋ ଲିମିଟେଡର ନାମକୁ ଇଟର୍ନାଲ୍ ରେ ପରିବର୍ତ୍ତନ କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି।

ଦୀପିନ୍ଦର ଗୋୟଲଙ୍କ ଅନୁସାରେ ‘ଇଟର୍ନାଲ୍’ କେବଳ ଏକ ନାମ ନୁହେଁ ବରଂ ଏକ ମିସନ ଷ୍ଟେଟମେଣ୍ଟ। ଏହାର ଅର୍ଥ କମ୍ପାନୀ କେବଳ ବର୍ତ୍ତମାନ ନୁହେଁ, ବରଂ ଭବିଷ୍ୟତରେ ମଧ୍ୟ ଅସ୍ତିତ୍ୱ ବଜାୟ ରଖିବ।

Comments are closed.