Latest Odisha News

BREAKING NEWS

କରୋନା କ୍ରିଏଟିଭିଟି ପ୍ରତିଯୋଗିତା: ମେହେକ ଅଗ୍ରୱାଲ ବିଜେତା, ସୁଦିପ୍ତା ଦ୍ୱିତୀୟ ଓ ଅନିକେତ ତୃତୀୟ

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରର ମେହେକ ଅଗ୍ରୱାଲ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି । ଅଗ୍ରଣୀ ନ୍ୟୁଜ ୱେବ୍‌ସାଇଟ୍ www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ମୁମ୍ବାଇର ସୁଦିପ୍ତା ଶତପଥୀ ଦ୍ୱିତୀୟ ଓ କଟକର ଅନିକେତ ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସ୍ୱତନ୍ତ୍ର ଜୁରୀ ପୁରସ୍କାର ପାଇବେ ଭୁବନେଶ୍ୱରର ସ୍ମରଣିକା ହୋତା ଓ ଗଂଜାମର ସୁଜଲ ତ୍ରିପାଠୀ ।

ଆଜି ଘୋଷଣା କରାଯାଇଥିବା ପ୍ରତିଯୋଗିତାର ଫଳାଫଳରେ ମେହେକଙ୍କୁ ପୋଟ୍ରେଟ୍ ପେଣ୍ଟିଂ ପାଇଁ, ସୁଦିପ୍ତାଙ୍କୁ କ୍ରାଫ୍ଟ, ଅନିକେତଙ୍କୁ ଅଭିନୟ ପାଇଁ ପୁରସ୍କାର ଦେବା ପାଇଁ ତିନି ଜଣିଆ ଜୁରୀ ଯୋଗ୍ୟ ବିବେଚିତ କରିଛନ୍ତି । ସେହିପରି ସ୍ମରଣିକା ଓ ସୁଜଲଙ୍କୁ ନୃତ୍ୟ ଓ ଗୀତରେ ସେମାନଙ୍କର ପ୍ରଶଂସନୀୟ ପ୍ରତିଭା ପାଇଁ ସ୍ପେଶାଲ ଜୁରୀ ପୁରସ୍କାର ପାଇଁ ଚୟନ କରାଯାଇଛି ।

ବିଜେତାମାନଙ୍କୁ ପୂର୍ବ ଭାରତର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ପୁରସ୍କୃତ କରାଯିବ । ଚାମ୍ପିଅନ ବା ପ୍ରଥମ ବିଜେତାଙ୍କୁ ହୀରାର ମୁଦି, ଦ୍ୱିତୀୟଙ୍କୁ ହୀରା ପେଣ୍ଡେଣ୍ଟ ଓ ତୃତୀୟ ବିଜେତାଙ୍କୁ ଗୋଲ୍ଡ କଏନ ଦିଆଯିବ । ସ୍ୱତନ୍ତ୍ର ଜୁରୀ ବିଜେତା ମଧ୍ୟ ପୁରସ୍କୃତ ହେବେ । ପ୍ରତି ପ୍ରତିଯୋଗୀଙ୍କୁ ଇ-ସାର୍ଟିଫିକେଟ୍, କିଚେନ୍ ସିଟି ଓ Clivea.com ପକ୍ଷରୁ ଡିସକାଉଣ୍ଟ ଭାଉଚର ଦିଆଯିବ । ପୁରସ୍କାର ଗ୍ରହଣର ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବ ।

ମେ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରର ଏପରିକି ବିଦେଶରୁ ମଧ୍ୟ ଅନେକ ପ୍ରତିଯୋଗୀ ଭାଗ ନେଇ ନିଜ ସୃଜନଶୀଳତାର ଭିଡିଓ ପଠାଇଥିଲେ । ଏହି ଭିଡିଓକୁ www.odishasambad.in ଏବଂ www.odishabytes.com ୱେବ୍‌ସାଇଟ, ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ୍ କରାଯାଇଥିଲା । ଏହି ସବୁ ପ୍ଲାଟଫର୍ମରେ ପ୍ରତିଯୋଗୀଙ୍କ ଭିଡିଓର ଲାଇକସ୍ ଓ ଭିଉଜ, ନିଆରା ପ୍ରତିଭା, ଉପସ୍ଥାପନା ଶୈଳୀ ଓ ଭିଡିଓ କ୍ୱାଲିଟିକୁ ଆଧାର କରି ଗତ ସପ୍ତାହରେ ଶ୍ରେଷ୍ଠ ୨୦ ପ୍ରତିଯୋଗୀ ଚୟନ କରାଯାଇଥିଲା । ତେବେ ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ କେହି କାହାରିଠୁ କମ୍ ନ ଥିଲେ । ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବିଜେତା ଚୟନ କରାଯାଇଥିଲା ।

କୋଭିଡ୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବାରମ୍ବାର ଲକ୍ ଡାଉନ ଘୋଷଣା ହେଉଛି । ଏହି ସମୟରେ ଲୋକେ ଘରେ ରହି ନିଜର ସୃଜନଶୀଳତା ଯେପରିକି ଗୀତ ଗାଇବା, ଏକକ ଅଭିନୟ, ଗପ କହିବା, କବିତା ପାଠ, ପେଣ୍ଟିଂ ଓ କ୍ରାଫ୍ଟ ପରି ଅନେକ କଳାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏସବୁ ସୃଜନଶୀଳତାକୁ ଲୋକ ଲୋଚନାକୁ ଆଣିବା ପାଇଁ ଆୟୋଜିତ ହୋଇଥିଲା କରୋନା କ୍ରିଏଟିଭିଟି ପ୍ରତିଯୋଗିତା ।

ଓଡିଶାର ଅଗ୍ରଣୀର ମିଡିଆ ସଂସ୍ଥା ଫ୍ରଣ୍ଟ୍ରିଅର ମିଡିଆର www.odishasambad.in ଏବଂ www.odishabytes.com ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

 

Leave A Reply

Your email address will not be published.