Latest Odisha News

BREAKING NEWS

ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଟିମର ମୂଖ୍ୟ କୋଚ

କଟକ: ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା କୋଚ ସୁରେନ୍ଦ୍ର ଭାବେଙ୍କୁ ଓଡିଶା କ୍ରିକେଟ ଟିମର ମୂଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେ ଆଗାମୀ ଘରୋଇ ସିଜନରେ ଦୀନେଶ ମୋଙ୍ଗିଆଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଚଳିତ ବର୍ଷ ରଣଜୀ ଟ୍ରଫିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ବୁଧବାର ଓସିଏ ବୈଠକରେ ସପୋର୍ଟି ଷ୍ଟାଫ ମଧ୍ୟ ଚୟନ କରା ଯାଇଥିଲା । ପୁଣେର ସୁରେନ୍ଦ୍ର ୧୯୮୬ରୁ ୨୦୦୧ ପର୍ଯ୍ୟନ୍ତ ମହାରାଷ୍ଟ୍ର ପକ୍ଷରୁ ୯୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ସେ ୧୮ ଶତକ ଓ ୨୭ ଅର୍ଦ୍ଧଶତକ ସହାୟତାରେ ୭୯୭୧ ରନ କରିଥିଲେ ।

ଭାବେ ୫୧ଟି ଲିଷ୍ଟ ଏ କ୍ରିକେଟ ଖେଳିଛନ୍ତି । ୨୦୦୬ରେ ମହାରାଷ୍ଟ୍ରର ଏବଂ ୨୦୦୮ରେ ଜାତୀୟ ଚୟନ କମିଟିର ସଦସ୍ୟ ଥିଲେ । ଓଡିଶା ଏକ ଶକ୍ତିଶାଳୀ ଟିମରେ ପରିଣତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି ବୋଲି ଓସିଏ ପକ୍ଷରୁ କୁହାଯାଏ । ଭାବେଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.