Latest Odisha News

BREAKING NEWS

କରୋନା ଭାଇରସ ଭୟ; ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଶନିବାର ଘୋଷଣା କରିଛି।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହୋଲି ଉତ୍ସବରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ ।

ଚଳିତ ଥର କୌଣସି ‘ହୋଲି ମିଳନ’ ଉତ୍ସବରେ ରାଜ୍ୟପାଳ ଅଂଶଗ୍ରହଣ କରିବେ ନାହିଁ ବୋଲି ତାଙ୍କ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା । ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ଏଡ଼ାଇବା ପାଇଁ ସରକାରଙ୍କ ପରାମର୍ଶ ଅନୁଯାୟୀ ସେ ଜନସମାବେଶରୁ ଦୂରେଇ ରହିବେ।

ଏହାବ୍ୟତିତ ରାଜ୍ୟପାଳଙ୍କ ମଧ୍ୟରେ କୋଭିଡ୍ -୧୯ ବିଷୟରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.