ଭୁବନେଶ୍ୱର: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି, ଆଇଆଇସିଙ୍କ ଆଚରଣ ଲଜ୍ଜାଜନକ ଥିଲା । ପୋଲିସ ବିଭାଗ ପକ୍ଷରୁ ନାବାଳିକାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପୋଲିସ ଡିଜି ।
DGP has dismissed Inspector Ananda Chandra Majhi former IIC of Birmitrapur Police Station from service .
His conduct was shameful .Our apologies to the young girl .
— DGP, Odisha (@DGPOdisha) July 1, 2020
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ପୂର୍ବରୁ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।
ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ବାରମ୍ବାର ଦୁଷ୍କର୍ମ କରିବା ଓ ଗର୍ଭପାତ ଉଦ୍ୟମ ଅଭିଯୋଗରେ ଥାନାରେ ମାମଲା ହୋଇଥିଲା । ଆଇଆଇସିଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଫେରାର୍ ଅଛନ୍ତି ସମସ୍ତ ଅଭିଯୁକ୍ତ ।