Latest Odisha News

BREAKING NEWS

ଶ୍ରେୟସଙ୍କ ଆକର୍ଷଣୀୟ ଶତକ; ରାହୁଲଙ୍କ ଦମଦାର୍ ବ୍ୟାଟିଂ ଜାରି

ହାମିଲଟନ: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ଭାରତ ଖେଳୁଥିବା ପ୍ରଥମ ଦିନିକିଆ ମ୍ୟାଚରେ ଶ୍ରେୟସ ଆୟାର୍ ଏକ ଆକର୍ଷଣୀୟ ଶତକ ହାସଲ କରିପାରିଛନ୍ତି । ୧୦୫ଟି ବଲରୁ ସେ ୧୦୩ ରନ କରି ବ୍ୟାଟିଂ କରୁଥିବା ବେଳେ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ କେ ଏଲ୍ ରାହୁଲ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି । ରାହୁଲ୍ ୫ଟି ବିଶାଳ ଛକା ସହିତ ୫୯ ରନ କରି କ୍ରିଜରେ ଅଛନ୍ତି ।

ଭାରତ ୪୫ ଓଭରରେ ୩ଟି ୱିକେଟ ହରାଇ କରିଛି ୨୮୮ ରନ । ବିରାଟ କୋହଲୀ ୫୧ ରନ କରି ଆଉଟ ହୋଇଥିବା ବେଳେ ଓପନର୍ ଶ’ ୨୦ ଓ ମାୟଙ୍କ ଅଗ୍ରୱାଲ ୩୨ ରନ୍ କରିଥିଲେ ।

Leave A Reply

Your email address will not be published.