Latest Odisha News

BREAKING NEWS

ବିନା ପରୀକ୍ଷାରେ ପାସ୍ କରିବେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀରୁ ଅଷ୍ଟମ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବ କେନ୍ଦ୍ରୀୟ ବିଦ୍ୟାଳୟ । ସାରା ଦେଶରେ ଲକ୍‌-ଡାଉନ୍ ପ୍ରୋଟୋକୋଲ୍ ଲାଗୁ ହେବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କିଛି ଏପରି ପଦକ୍ଷେପ ନେଇଛି ।

କୌଣସି କାରଣ ଥାଉ ବା ନଥାଉ । ୨୦୧୯-୨୦ରେ ପରୀକ୍ଷା ଦେଇଥାନ୍ତୁ ବା ଦେଇନାହାନ୍ତି । ଫିସ୍ ଭେରିଫିକେସନ୍ ହେବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିବା ଲାଗି କେଭିଏସ୍ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଅନୁଯାୟୀ ଭାରତରେ ଥିବା ୧୧୯୬ଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି ।

ତାଜା ସ୍ଥିତିରେ ଦେଶର ସମସ୍ତ ଘରୋଇ, ସରକାରୀ ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲାବେଳେ ସମସ୍ତ ପ୍ରକାର ପରୀକ୍ଷକୁ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.