Latest Odisha News

BREAKING NEWS

ଲୋକସଭାରେ ପାସ ହେଲା କମ୍ପାନୀ କର ସଂଶୋଧନ ବିଲ; ଅର୍ଥମନ୍ତ୍ରୀ କହିଲେ ଏହାର ଫାଇଦା ସମସ୍ତଙ୍କୁ ମିଳିବ

ଭୁବନେଶ୍ୱର : ଲୋକସଭାରେ କମ୍ପାନୀ କର ସଂଶୋଧନ ବିଲ ୨୦୧୯ ପାସ ହୋଇଯାଇଛି | ଏହା ଦ୍ୱାରା କର୍ପୋରେଟ କରରେ ସରକାରଙ୍କ ରହିଯାଇଥିବ ଗ୍ୟାପକୁ ଅତିକ୍ରମ କରିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଏହି କର ହ୍ରାସ ସବୁ କମ୍ପାନୀ ଙ୍କୁ ଫାଇଦା ଦେବ ଯେଉଁମାନେ ନିୟମ ଅନୁସାରେ ପଞ୍ଜୀକୃତ ହୋଇଛନ୍ତି |

ଲୋକସଭାରେ ଅର୍ଥମନ୍ତ୍ରୀ ପ୍ରଶ୍ନଉତ୍ତର ରେ ନିଜ ଜବ ରଖିକହିଲେ ଯେ , ଆମ ସରକାରଙ୍କୁ ସୁଟ-ବୁଟ ର ସରକାର କୁହନ୍ତି | ଆମେ ଯେବେ କର୍ପୋରେଟ କର କମ କରିବା ଘୋଷଣା କଲୁ ସେତବେଳ କୁହାଗଲା ଏହାର ଫାଇଦା ବଡ଼ଲୋକଙ୍କୁ ହେବ , ମୁ କହିବାକୁ ଚାହେଁ ଯେ ଏହାର ଫାଇଦା ସବୁ କମ୍ପାନୀ ଙ୍କୁ ହେବ |

ଅର୍ଥମନ୍ତ୍ରୀ ସଂସଦରେ ଅର୍ଥବ୍ୟବସ୍ଥା କୁ ନେଇ ସାଂସଦ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବୁ ଜବାବ ଓ ଆଲୋଚନା କୁ ଶୁଣୁଛି | ସେ କହିଲେଯେ ଯେବେବି ସଂସଦ ରେ ପିଏମ, ଅର୍ଥମନ୍ତ୍ରୀ ବା ରକ୍ଷାମନ୍ତ୍ରୀ ଙ୍କୁ ପ୍ରଶ୍ନ ପଚରାଯାଇଛି ସେ ସଦନରେ ଉପସ୍ଥିତ ହୋଇ ସବୁ ଜବାବ ଦେଇଛନ୍ତି | ପ୍ରତ୍ୟକ୍ଷ କର ସଂଗ୍ରହ ସମ୍ବନ୍ଧୀୟ ସୁପ୍ରିୟା ସୁଲେ ଙ୍କ ପ୍ରଶ୍ନ ର ଉତ୍ତରରେ ଅର୍ଥମନ୍ତ୍ରୀ କହିଲେ ଯେ, ‘ ଆପଣଙ୍କୁ ଜାଣିବା ଦରକାର ଯେ ଏଥିରେ କମ ଆସିନାହିଁ, ବରଂ ବଢିଛି ଏବଂ ବାରମ୍ବାର ବଢିଚାଲିଛି |

ଅର୍ଥମନ୍ତ୍ରୀ ରାଜକୋଷ ଘଟ ଉପରେ ଗୋଟେ ପ୍ରଶ୍ନ ଉତ୍ତର ରେ କହିଲେ ଯେ, ‘ ୟୁପିଏ ସରକାର ବେଳେ ରାଜକୋଷ ଘଟ ଆଭରେଜ ୫.୫ ଥିଲାବେଳ ଆମ ସରକାର ସମୟରେ ଏହା ଆଭରେଜ ୫.୬ ରହିଛି | ଆମେ ରାଜକୋଷ ଘାଟା କୁ ପୂର୍ବ ସ୍ତରରେ ରଖିବାକୁ ଚେଷ୍ଟା କରିଛୁ |

Leave A Reply

Your email address will not be published.