Latest Odisha News

BREAKING NEWS

ଓଡ଼ିଶାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ୍ ୨.୦ ଗାଇଡ଼ଲାଇନ୍ ଘୋଷଣା କରିବା ସହିତ ଜୁଲାଇ ମାସରୁ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ କାର୍ଯ୍ୟାଳୟ ତଥା ଏହା ସହିତ ସଂଲଗ୍ନ ଥିବା କାର୍ଯ୍ୟାଳୟ ଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଜୁଲାଇରୁ କାର୍ଯ୍ୟ ଆରମ୍ଭ ହେବ । ଅଚାନକ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଯେଉଁସବୁ ଅଧିକାରୀ ତଥା ଷ୍ଟାଫମାନଙ୍କୁ ଭିପିଏନ ଯୋଗାଇ ଦିଆଯାଇଛି ସେମାନେ ଘରେ ରହି ଅଫିସ କାର୍ଯ୍ୟ କରିବେ । ମାତ୍ର ଆବଶ୍ୟକ ପଡ଼ିଲେ ଫୋନ ମାଧ୍ୟମରେ ଅଫିସ କାର୍ଯ୍ୟ କରିବା ଲାଗି ଉପସ୍ଥିତ ରହିବେ ।

ଯେଉଁ ଅଧିକାରୀମାନେ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ନାହିଁ ସେମାନେ ଘର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.