Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ କରୋନା ଭାଇରସ ସଙ୍କଟ ନେଇ ୪୦ ଖେଳାଳିଙ୍କ ସହ ଆଲୋଚନା କଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୨ ମିନିଟର ଏକ ପ୍ରେରଣାଦାୟକ ଭିଡିଓ ବାର୍ତା ଦେଇଛନ୍ତି । ଏହି ଅବସରରେ ସେ ୪୦ ମହାନ ଖେଳାଳିଙ୍କ ସହ କରୋନା ସଂକ୍ରମଣକୁ ରୋକିବା ନେଇ ଆଲୋଚନା କରିଥିଲେ । ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଓ ବ୍ୟାଡମିଂଟନ ତାରକା ପିଭି ସିନ୍ଧୁଙ୍କ ସମେତ ଅନ୍ୟମାନଙ୍କ ସହ ଭିଡିକ କନଫେରେନ୍ସି ମାଧ୍ୟମରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଉପରୋକ୍ତ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ପ୍ରକାର ପଦକ୍ଷେପରେ ଦେଶ ସହିତ ରହିବେ ବୋଲି କହିଥିଲେ ।

ଏହି ଅବସରରେ ରବିବାର ରାତି ୯ଟାରେ ୯ ମିନିଟ ଘରର ଲାଇଟ ବନ୍ଦ କରି ଟର୍ଚ୍ଚ, ଦୀପ, ମୋବାଇଲ ଫ୍ଲାଶ ଓ ମହମବତୀ ଜଳାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.