Latest Odisha News

BREAKING NEWS

ଚାଇନା ଆପ୍ Weibo ଛାଡିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଥମିବାରେ ନାଁ ନେଉନାହିଁ ଭାରତ-ଚୀନ ସୀମା ବିବାଦ । ଭାରତ ସରକାର ସୋମବାର ୫୯ଟି ଚାଇନିଜ ଆପ ବ୍ୟାନ କରିଛନ୍ତି ।  ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନିଜ ଆପ Weibo ରୁ ନିଜ ଆକାଉଣ୍ଟ ହଟେଇ ଦେଇଛନ୍ତି । ମୋଦି ୨୦୧୫ ମସିହାରେ ଏହି ଆପ ଜଏନ କରିଥିଲେ ।

ଏହି ଆପ ଦ୍ୱାରା ମୋଦିଙ୍କ ଆକାଉଣ୍ଟରେ ୧୧୫ଟି ଭିଡିଓ ପୋଷ୍ଟ ହୋଇଥିଲା ।  ଆପୋଷ ବୁଝାମଣା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ସମସ୍ତ ଭିଡିଓ ଡିଲିଟ କରିଦିଆଯିବା । ବହୁ ପ୍ରୟାସ ପରେ ୧୧୩ ଭିଡିଓ ଡିଲିଟ କରାଯାଇଛି ।ଯେଉଁ ୨ଟି ପୋଷ୍ଟ ଡିଲିଟ ହୋଇପାରିନାହିଁ ସେଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫଟୋ ଅଛି । ଏହି ଆକାଉଣ୍ଟରେ ମୋଦିଙ୍କ ୨ ଲକ୍ଷ ୪୪ ହାଜର ଫଲୋୟର୍ସ ଥିଲେ ।

ସୂଚନାଯୋଗ୍ୟ ଯେ, Weibo ଆପ ରେ ଭିଆଇପି ଆକାଉଣ୍ଟ ହଟାଇବା ପାଇଁ କିଛି ବିଶେଷ ନିୟମ ରହିଛି । ଏହି ଆକାଉଣ୍ଟକୁ ହଟାଇବା ପାଇଁ ଆପ ତରଫରୁ ଅନୁମତି ମିଳିବା ବିଳମ୍ବ ହେଉଥିଲା ।

Leave A Reply

Your email address will not be published.