Latest Odisha News

BREAKING NEWS

ମମତାଙ୍କ ଗଡରେ ମୋଦୀଙ୍କ ରଣହୁଙ୍କାର, କହିଲେ ମୁଁ ପୂର୍ବ ଜନ୍ମରେ ବେଙ୍ଗଲରେ ଜନ୍ମ ହୋଇଥିଲି

କୋଲକାତା: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମମତାଙ୍କ ଗଡରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ବଙ୍ଗଳାରେ ବିଜେପି ବିକାଶ କାର୍ଯ୍ୟ କରୁଥିବା ବେଳେ ଟିଏମସି ସରକାର ଦୁର୍ନୀତି କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ବଙ୍ଗଳା ସମଗ୍ର ଦେଶର ବିକାଶକୁ ଆଗେଇ ନେଇଥିଲା। ଏବେ କିନ୍ତୁ ପ୍ରଥମେ ବାମପନ୍ଥୀ ଏବଂ ପରେ ଟିଏମସି ବଙ୍ଗଳାର ମହାନତାକୁ ଆଘାତ କରୁଛି । ମୋଦୀ କହିଛନ୍ତି ଯେ, ଟିଏମସିର ରାଜୁତି ସମୟରେ ବଙ୍ଗଳାରେ କେବଳ ଗୋଟିଏ ଜିନିଷ ଚାଲିଛି, ତାହା ହେଉଛି ହଜାରେ କୋଟି ଟଙ୍କା ମୂଲ୍ୟର ସ୍କାମ, ଶାରଦା ଚିଟ୍ ଫଣ୍ଡ ଦୁର୍ନୀତି, ପଶୁ ଚୋରା ଚାଲାଣ, ରାସନ ଘୋଟାଲା, କୋଇଲା ଦୁର୍ନୀତି ଇତ୍ୟାଦି । ଦୁର୍ନୀତି ଟିଏମସି କରୁଛି କିନ୍ତୁ ଫଳ ଭୋଗୁଛନ୍ତି ବଙ୍ଗଳା ବାସୀ । ଏଠାରେ ଏପରି କୌଣସି କାର୍ଯ୍ୟ ନାହିଁ ଯାହା ବିନା ଲାଞ୍ଚରେ କରାଯାଇଥାଏ। ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବଙ୍ଗଳାର ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ କିସାନ ସାମ୍ମନ ନିଧି ମାଧ୍ୟମରେ ପଠାଯାଇଛି । କିନ୍ତୁ ଟିଏମସି ସରକାର ଏହାକୁ ଲୁଟିବାରେ ବ୍ୟସ୍ତ । ବଙ୍ଗଳାର ବିକାଶ ପାଇଁ ମୁଁ କେନ୍ଦ୍ରରୁ ବଙ୍ଗଳା ସରକାରଙ୍କୁ ପଠାଉଥିବା ଟଙ୍କା ଟିଏମସି ନେତା, ମନ୍ତ୍ରୀ ଏବଂ କର୍ମୀମାନେ ଖାଉଛନ୍ତି।

Leave A Reply

Your email address will not be published.