Latest Odisha News

BREAKING NEWS

୨୮ରେ ଓଡିଶା ଆସିବେ ଜେପି ନଡ୍ଡା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଆୟୋଜିତ ଏକ ସାଧାରଣ ସଭାକୁ କରିବେ ସମ୍ବୋଧିତ । ସେଠାରେ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଗୁରୁମନ୍ତ୍ର ଦେବେ ଜେ.ପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି ।

ଏକାସଙ୍ଗେ ବିଧାନସଭା ଓ ଲୋକସଭା ଲଢେଇ ପାଇଁ ତୟାର ରହିଛି ଓଡ଼ିଶା । ମତଦାନ ତାରିଖ ପାଖେଇ ଆସୁଥିବାରୁ ଭୋଟରଙ୍କୁ ବିଭିନ୍ନ ପ୍ରକାରେ ନିଜ ଆଡକୁ ଟାଣିବାକୁ ରଣକୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ମୈଦାନକୁ ଓହ୍ଲାଇଲେଣି ଷ୍ଟାର ପ୍ରଚାରକ । ବିଜେଡିକୁ ଟକ୍କର ଦେବାକୁ କେନ୍ଦ୍ରୀୟ ନେତାଙ୍କୁ ଭରସା କରିଛନ୍ତି ଉଭୟ ବିଜେପି-କଂଗ୍ରେସ ।

ମେ’ ୧୩ ତାରିଖରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ପର୍ଯ୍ୟାୟକ୍ରମେ ଜିଲ୍ଲା ଅନ୍ୟ ବିଧାନସଭା ଓ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ବ୍ରହ୍ମପୁରରେ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ବିଜେପି ମୁଖ୍ୟଙ୍କ ଗସ୍ତ ଦଳୀୟ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ । ଏଥସହ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ଆସନ ସମେତ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ବିଧାନସଭା ଆସନରେ ବିଜୟୀ ହେବାକୁ ଦଳୀୟ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ।

Leave A Reply

Your email address will not be published.