Latest Odisha News

BREAKING NEWS

ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ସନ୍ଧ୍ୟା ୪ଟାରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ’ଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ଭାରତ-ଚୀନ ସୀମା ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏଭଳି ସ୍ଥିତିରେ ମୋଦିଙ୍କ ଉଦବୋଧନ ବେଶ ଗୁରୁତ୍ୱ ରଖୁଛି ।

ଲଦାଖର ଗଲଓ୍ୱାନ ଘାଟି ସଂଘର୍ଷ ପରେ ଚରମ ସୀମାରେ ପହଞ୍ଚିଛି ଭାରତ-ଚୀନ ଟେନସନ୍ । ଭାରତର ପରବର୍ତ୍ତୀ ରଣନୀତି ଓ କାର‌୍ୟ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ଭାରତ ୫୯ଟି ଚାଇନିଜ୍ ଆପକୁ ବ୍ୟାନ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସେହିପରି କରୋନା ମହାମାରୀ ଓ ମୁକାବିଲା ଉପରେ ବି କିଛି କହିପାରନ୍ତି ପ୍ରଧାନମନ୍ତ୍ରୀ । କାରଣ ଆଜି ସରୁଛି ଅନଲକ୍ ୧.୦ । ଆସନ୍ତାକାଲିଠୁ ଲାଗୁ ହେବ ଦ୍ୱିତୀୟ ପର‌୍ୟ୍ୟାୟ ଅନଲକ୍ । ଗତକାଲି ଅନଲକ୍ ୨.୦ ନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି ।

କରୋନା ପ୍ରକୋପ ଭିତରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଉଦବୋଧନ । ଗତ ମେ ୧୨ ତାରିଖରେ ଶେଷ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ୨୦ ଲକ୍ଷ କୋଟି ଟଙ୍କାର କରୋନା ମୁକାବିଲା ପ୍ୟାକେଜ ଘୋଷଣା କରିଥିଲେ ।

Leave A Reply

Your email address will not be published.