Latest Odisha News

BREAKING NEWS

ମହିଳାଙ୍କ ଲାଗି ସୁପ୍ରିମ ରାୟ: ସାବରିମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

କେରଳ : କେରଳର ବହୁ ଚର୍ଚ୍ଚିତ ସାବରୀମାଳା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶ ନେଇ ଲାଗିଥିବା ଅନେକ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି । ଆଜି ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ସାବରୀମାଳା ମନ୍ଦିରରେ ପୂର୍ବରୁ ୧୦ ରୁ ୫୦ ବର୍ଷର ମହିଳାଙ୍କୁ ପ୍ରବେଶ ଅନୁମତି ନଥିଲା ।

ଅନ୍ୟପକ୍ଷରେ ରାୟର ଶୁଣାଣୀ ବେଳେ କୋର୍ଟ ପ୍ରକାଶ କରିଥିଲା ଯେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । ଏଥିସହିତ ଗୋଟିଏ ପଟେ ମହିଳା ମାନଙ୍କୁ ପୂଜା କରାଯାଉଥିବା ବେଳେ ଆଉ ଗୋଟେ ପଟେ କିଛି ମାନସିକ ଅଭିଜ୍ଞତାକୁ ଆଧାର କରି ସେମାନଙ୍କର ମନ୍ଦିର ଭିତରେ ପ୍ରବେଶ ନେଇ କଟକଣା ଲଗାଯାଉଛି ।

ଆହୁରି ମଧ୍ୟ ଏହି ଶୁଣାଣୀ ବେଳେ ମୁଖ୍ୟ ବଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଭଗବାନଙ୍କ ସହ ଭକ୍ତର ସମ୍ବନ୍ଧକୁ ଜୈବିକ କିମ୍ବା ଶାରୀରିକ ଦୃଷ୍ଟିରୁ ମାପ କରିବା ଅନୁଚିତ ଅଟେ । ଏହା ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ହୋଇଥିବାବେଳେ ସାବରୀମାଳା ମନ୍ଦିର ପ୍ରବେଶ ନେଇ ପୂର୍ବରୁ ଥିବା କଟକଣା ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା ।

ଏହି ଘଟଣା ସମ୍ପର୍କରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଖନବିଲକର, ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସମେତ ଜଷ୍ଟୀସ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ ନାରୀମନଙ୍କ ଦ୍ୱାରା ଗଠିତ ୫ଜଣିଆ ଖଣ୍ଡପୀଠରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.