Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଲାଗି ୪ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ବଙ୍ଗୋପସାଗରରେ ଝଡ଼ ଯୋଗୁଁ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି ।

ଆଜି ଏସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ କୁମାର ଜେନା ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ ସହିତ ଆଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ: ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ସ୍ଥିତି ସମୀକ୍ଷା

ଏବେ ରାଜ୍ୟରେ ଲକ୍ଡ଼ାଉନ୍ କଟକଣା ଜାରି ରହିଥିବା ବେଳେ ଏହି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଏହି ସମସ୍ତ ଜିଲ୍ଲା ଗୁଡ଼ିକରେ ସମସ୍ତ ସରକାରୀ ପଦାଧିକାରୀମାନଙ୍କର ଛୁଟି ବାତିଲ୍ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାଗୁଡ଼ିକ ଲାଗି ଆବଶ୍ୟକ ପଡ଼ିଲେ ତ୍ୱରିତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।

ଏହି ସମ୍ଭାବ୍ୟ ବାତ୍ୟାର ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଏହି ୪ଟି ଜିଲ୍ଲାରେ ବାତ୍ୟା ଅଧିକ ପ୍ରଭାବ ବିସ୍ତାର କରିବ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ପ୍ରସ୍ତୁତ ହୋଇ ରହିବାକୁ ପ୍ରଶାସନିକ ପରାମର୍ଶ ଦିଆଯାଇଛି ।

ଏନେଇ ଏସଆରସି କହିଛନ୍ତି ଯେ, ସମୂଦ୍ର ଉପକୂଳର ୩ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଅସ୍ଥାୟୀ ଡାକ୍ତରୀ ଚିକିତ୍ସା କେନ୍ଦ୍ର ତୁରନ୍ତ ସ୍ଥାପନ କରାଯିବ ।

କରୋନା ପରିସ୍ଥିତିରେ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟର୍ ଭାବେ ପରିଚାଳିତ ହେଉଥିବା ଯୋଗୁଁ ଜିଲ୍ଲାପାଳମାନେ ଏହାର ବିକଳ୍ପ ବ୍ୟବସ୍ଥା କରିବେ ।

ପାଣିପାଗ ପୂର୍ବାନୁମାନ:

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ  ଅଂଚଳ ରେ ସୃଷ୍ଟି ହୋଇଥିବା ‘ଘନୀଭୂତ ଲଘୁଚାପ ବଳୟ’, ଆଜି (୧୫ ମେ)  କେନ୍ଦ୍ରୀୟ-ଦକ୍ଷିଣ-ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ‘ଅବପାତ’ ର ରୂପ ନେବା ସହ ଆସନ୍ତା କାଲି (୧୬ ମେ) ସେହି ଅଂଚଳରେ ‘ସାମୁଦ୍ରିକ ଝଡ’ ର ରୂପ ନେବାର  ସମ୍ଭାବନା ରହିଛି | ଏହି ‘ସାମୁଦ୍ରିକଝଡ଼’ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି |

Leave A Reply

Your email address will not be published.