Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବାଲିଆପାଳ ବିଡିଓ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଏହି ଘଟଣା ନେଇ ବାଲେଶ୍ୱର ଜିଲ୍ଳାପାଳଙ୍କ ଠାରୁ ରିପୋର୍ଟ ମାଗାଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆକ୍ସନ ନିଆଯିବ । ଏଭଳି ବ୍ୟବହାର ସମ୍ପୂର୍ଣ୍ଣ ଅନୁଚିତ ।

ବୁଧବାର ଗୁଜରାଟରୁ ଏକ ବସ୍‌ରେ କେତେକ ପ୍ରବାସୀ ବାଲେଶ୍ୱର ଜିଲ୍ଲାକୁ ଆସିଥିଲେ । ପରେ ସେମାନେ କ୍ୱାରେଣ୍ଟାଇନ୍ ବା ଘରକୁ ଯିବା ପାଇଁ ବାଲିଆପାଳ ବିଡିଓଙ୍କୁ ଅନୁରୋଧ କରିବାକୁ ଯାଇଥିଲେ ହେଲେ ବିଡ଼ିଓ ତାଙ୍କୁ ଦେଖା କରିନଥିବା ଅଭିଯୋଗ ହୋଇଥିଲା ।

ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଅଖିଆ ପିଆ ବ୍ଳକ୍ ସମ୍ମୁଖରେ ଠିଆ ହୋଇଥିଲେ । ଶୋଷ ହେବାରୁ ସେମାନେ ପାଣି ମାଗିଥିଲେ । ଏକଥା ଶୁଣି ବିଡିଓ ଛବିଣାଣୀ କୁଆଡ଼େ ରାଗି ଯାଇଥିଲେ । ଆଉ ପ୍ରବାସୀଙ୍କୁ ଗାଳିଗୁଲଜ କରିଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହୋଇଛି।

Leave A Reply

Your email address will not be published.