Latest Odisha News

BREAKING NEWS

ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି  ଏମ ଭେଙ୍କୟା ନାଇଡୁ ରଥ ଯାତ୍ରା ଅବସରରେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।  ରଥଯାତ୍ରାର ଶୁଭ ଅବସରରେ ଆମ ଦେଶର ଲୋକମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

 

ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବା ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ଯାତ୍ରାକୁ ଚିତ୍ରଣ କରୁଥିବା ଓଡ଼ିଶାର ରଥ ଯାତ୍ରା ପ୍ରଭୁଙ୍କ କୃପା ଏବଂ ଈଶ୍ୱରୀୟ ଉତ୍ସବରେ ସମସ୍ତ ସମ୍ପ୍ରଦାୟ ଏକତ୍ରିତ ହେବାର ସାକ୍ଷୀ ଅଟେ । ରଥ ଯାତ୍ରାରେ ଯୋଗ ଦେଉଥିବା ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିବା ସେମାନଙ୍କର ଆଶୀର୍ବାଦ ବୋଲି ବିବେଚନା କରନ୍ତି । ରଥ ଯାତ୍ରାର ଗୌରବ ଏବଂ ମହିମା ବାସ୍ତବରେ ଅତୁଳନୀୟ । ରଥ ଯାତ୍ରା ସହିତ ଜଡିତ ଧାର୍ମିକ ତଥା ଉତ୍ତମ ଆଦର୍ଶ ଆମ ଜୀବନକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟରେ ସମୃଦ୍ଧ କରୁ ।”

Leave A Reply

Your email address will not be published.