Latest Odisha News

BREAKING NEWS

ଜଷ୍ଟିସ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ହେବ ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ସରକାର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଆଜି ଜଷ୍ଟିସ ରଘୁବୀର ଦାଶଙ୍କୁ ଏହି କମିଶନର ଅଧ୍ୟକ୍ଷ ଭାବେ ଓଡ଼ିଶା ସରକାର ନିଯୁକ୍ତି ଦେଇଛନ୍ତି ।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଲାଗି ଯାଞ୍ଚ ହେବା ବେଳେ ଭଣ୍ଡାର ଘର ଚାବି ହଜିବା କଥା ଲୋକଲୋଚନକୁ ଆସିଥିଲା । ଏହି ଚାବି ହଜିବା ନେଇ ଚର୍ଚ୍ଚା ଜୋର୍ ଧରିବା ବେଳେ ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ।

ତେବେ ମୁଖ୍ୟମନ୍ତ୍ରୀ ଏହି ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି କମିଶନ ଗଠନ ହେବା ପରେ ଚାବି ହଜିବା ନେଇ ତଦନ୍ତ ଆରମ୍ଭ ହେବ । ଚାବି ହଜିବାର କାରଣ ଏବଂ ଏବେ ଚାବି କେଉଁଠି ରହିଛି ସେନେଇ ତଦନ୍ତ କରି ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ କମିଶନ ।

Leave A Reply

Your email address will not be published.