Latest Odisha News

BREAKING NEWS

ପ୍ରସିଦ୍ଧ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂ ଆଉ ନାହାନ୍ତି

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଆ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂଙ୍କର ଆଜି ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପ୍ରଶଂସକମାନେ ରାଜଧାନୀସ୍ଥିତ ଭିଏସଏସ ନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି ।

ରସରାଜ ନାମରେ ବିଖ୍ୟାତ ଏହି ଗୀତିକାର ପୁରୁଣା ଓଡ଼ିଆ ଫିଲ୍ମ୍ ତଥା ଅନେକ ମନଛୁଆଁ ଗୀତର ଗୀତିକାର ଥିଲେ । ତାଙ୍କର ଶହଶହ ମନଛୁଆଁ ଗୀତ ଏବେ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇପାରୁଛି । ଲୋକପ୍ରିୟ ଓଡ଼ିଆ ସିନେମା ଗୀତ, ଉଡ଼ି ଉଡ଼ି ଉଡ଼ି ଯା’ରେ ଗୁଡ଼ି, ରତନୀ ଗଜ ଗମନୀ, ଚୋରା ଚୋରା ପିରତୀ, ସପନର ପଥେ ପଥେ, ଜୀବନ ଯମୁନାରେ ଆଦି ଗୀତ ଗୁଡ଼ିକ ରଚନା କରିଛନ୍ତି ରସରାଜ ନାରାୟଣ ପ୍ରସାଦ ସିଂ । ଜଣେ ଗୀତିକବି ଭାବେ ରସରାଜଙ୍କର ଓଡ଼ିଆ ସାହିତ୍ୟ ଜଗତ ପ୍ରତି ଅବଦାନ ଅତୁଳନୀୟ ।

ରସରାଜ କିଛିଦିନ ଧରି ହୃଦରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ରସରାଜଙ୍କର ମୃତ୍ୟୁରେ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିବା ତାଙ୍କର ଶହ ଶହ ଶ୍ରୋତା ସୋସିଆଲ ମିଡ଼ିଆରେ ଦୁଃଖ ପ୍ରକାଶ କରି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ।

ଗୀତରେ ସାବଲୀଳତା ଏବଂ ମନଛୁଆଁ ଧାଡ଼ି ଲେଖିବାରେ ସିଦ୍ଧହସ୍ତ ଥିଲେ ରସରାଜ । ତାଙ୍କର ପ୍ରତ୍ୟେକ ଗୀତରେ ରହିଥାଏ ଜାଦୁକରୀ ଶବ୍ଦମାଳା ଯାହାକି ଶ୍ରୋତାକୁ ବାଧ୍ୟ କରିଥାଏ ବାରମ୍ବାର ତାଙ୍କ ଲିଖିତ ଗୀତ ଶୁଣିବାକୁ ।

Leave A Reply

Your email address will not be published.