Latest Odisha News

BREAKING NEWS

ମାଙ୍ଗାନିଜ ଚୋରା ଚାଲାଣ ବେଳେ ହାଇୱା ଜବତ;୪ ଅଟକ

ଟିକିରି: ମାଙ୍ଗନିଜ ପଥର ବୋଝେଇ ହାଇୱା ଗାଡ଼ି ସହିତ ଜେସିବିକୁ ଜବତ କରିଛି ବନ ବିଭାଗ । ରାୟଗଡ଼ା ବନଖଣ୍ଡ ଅଧୀନ ଟିକିରି ବନାଞ୍ଚଳର ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଚୋରାଚାଲାଣ ବେଳେ ଧରାପଡିଛନ୍ତି । ଏଥିରେ ସଂପୃକ୍ତ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ତେବେ ଜବତ ମାଙ୍ଗନିଜ ପଥରର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ହେବ ।

ସୂଚନାଥାଉକି, ଆଜି ସକାଳେ ବନ ବିଭାଗର ଟିକିରି ଏବଂ ରାୟଗଡ଼ା ବନାଞ୍ଚଳର ଏକ ସ୍ୱତନ୍ତ୍ର ଟିମ ଲେଲିଗୁମା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଲେଲିଗୁମା ଗ୍ରାମ ନିକଟ ଖରକା ଛକରେ ହାଇୱା ଗାଡ଼ି ନଂ ଓଡ଼ି18ସି-8278 ଏବଂଜେସିବିକୁ ଅଟକାଇ ଯାଞ୍ଚବେଳେ ମାଙ୍ଗାନିଜ ପଥର ବୋଝେଇ ହୋଇଥିବାର ଜଣା ପଡ଼ିଥିଲା।

Leave A Reply

Your email address will not be published.