Latest Odisha News

BREAKING NEWS

ପ୍ରଚଣ୍ଡ ବଜ୍ରପାତରେ ଜଣେ ମୃତ ଓ ୫ ଗୁରୁତର ଆହତ

ଅନୁଗୁଳ/ଢେଙ୍କାନାଳ : ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜମବାର ଗ୍ରାମରେ ଘଡଘଡି ଓ ବଜ୍ରପାତ ଫଳରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ମୃତ ମହିଳାଙ୍କ ନାମ ସୁକାନ୍ତି ସାହୁ (୪୦) ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଉକ୍ତ ମହିଳା ଜଣକ ନିକଟସ୍ଥ ଏକ ନଳକୂପରୁ ପାଣି ଆଣିବାକୁ ଯିବା ସମୟରେ ପ୍ରଚଣ୍ଡ ବଜ୍ରପାତରେ ଏହି ଅଘଟଣ ଘଟିଛି । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଲଲହଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଢେଙ୍କାନାଳ ଜିଲ୍ଲାର ବାଘମୁଣ୍ଡା ଗ୍ରାମ ଓ ପରଜଙ୍ଗା କୁଟୁରିଆ ପଞ୍ଚାୟତରେ ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ଚୀରୁ କେରେଇ (୪୫), ସୁରତି କେରେଇ (୩୦), ଗୌରାଙ୍ଗ କେରେଇ (୧୫), ତରୁଣ କେରେଇ (୮) ଓ ଲକ୍ଷ୍ମଣ କେରେଇ (୮) ରହିଛନ୍ତି ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.