Latest Odisha News

BREAKING NEWS

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ: ୧ଲକ୍ଷରୁ ଅଧିକ ଲୋକ ହେବେ ସାମିଲ

ଅହମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ୧ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଏହି କାର୍ଯ୍ୟକ୍ରମର ନାଁ ‘କେମ୍ ଛୋ ଟ୍ରମ୍ପ ଥିଲା । ଯାହାକି ପରେ ପରିବର୍ତ୍ତନ ହୋଇ ‘ନମସ୍ତେ ଟ୍ରମ୍ପ’ ହୋଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିୟା ଟ୍ରମ୍ପ ୨୪ ଓ ୨୫ ଫେବୃଆରୀକୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ୨୪ ଫେବୃଆରୀରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ଭବ୍ୟ କାର୍ଯ୍ୟକ୍ରମ ହେବାକୁ ଅଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିୟା ଟ୍ରମ୍ପ ଅହମଦାବାଦ ପହଂଚିବା ପୂର୍ବରୁ ତାଙ୍କର ସ୍ୱାଗତ ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି । ଏହା ମଧ୍ୟରେ ଆଜି ଆମେରିକୀୟ ଏୟାରଫୋର୍ସର ହରକ୍ୟୁଲେସ ବିମାନ ଓ ସ୍ନାଇପର୍ସ ଅହମଦାବାଦରେ ପହଂଚିସାରିଛି ।

Leave A Reply

Your email address will not be published.