Latest Odisha News

BREAKING NEWS

ଘରକୁ ଅତିଥି ଆସିଲେ କାହିଁକି ଦିଆଯାଉଥିଲା ମିଠା?

ଭୁବନେଶ୍ୱର: ଆମ ଘରଗୁଡ଼ିକରେ ପୁରୁଣା ଦିନରେ ଯେତେବେଳେ କୌଣସି ଅତିଥି ଘରକୁ ଆସୁଥିଲେ, ସେମାନଙ୍କୁ କେବଳ ପାଣି ନୁହେଁ, ପାଣି ସହ ଟିକେ ମିଠା ମଧ୍ୟ ଦିଆଯାଏ । କେଉଁଠି ମିଶ୍ରି, କେଉଁଠି ଗୁଡ଼ ତ କେଉଁଠି ମିଠା ଦେବାର ପରମ୍ପରା ଥିଲା। ଆଜିକାଲି ଏହି ପ୍ରଥା ଧୀରେଧୀରେ କମିଯାଉଥିଲେ ମଧ୍ୟ, ଏହା ପଛରେ କେବଳ ଅତିଥି ସତ୍କାର ନୁହେଁ, ସ୍ୱାସ୍ଥ୍ୟ ସହ ଜଡିତ ଅନେକ କାରଣ ରହିଥିବା କୁହାଯାଏ।

ଭାରତୀୟ ସଂସ୍କୃତିରେ ମିଠାକୁ ଶୁଭ, ଖୁସି ଓ ସମ୍ମାନର ପ୍ରତୀକ ଭାବେ ଦେଖାଯାଇଥାଏ। ଯେକୌଣସି ଶୁଭ କାମ ଆରମ୍ଭ ପୂର୍ବରୁ ମିଠା ଖୁଆଇବାର ପରମ୍ପରା ଆଜି ମଧ୍ୟ ଚାଲିଆସୁଛି। ସେହି କାରଣରୁ ଘରକୁ ଆସୁଥିବା ଅତିଥିଙ୍କୁ ପାଣି ସହ ମିଠା ଦେବାକୁ ଆଦର ଓ ଆପଣାପଣର ପ୍ରତୀକ ଭାବେ ମନାଯାଉଥିଲା।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିଶ୍ଚଲ ଗୁପ୍ତଙ୍କ କହିବା ଅନୁସାରେ, ପୁରୁଣା ସମୟରେ ଲୋକମାନେ ଦୂର ରାସ୍ତା ସାଧାରଣ ଯାନରେ ଯାତ୍ରା କରି ଘରକୁ ପହଞ୍ଚୁଥିଲେ। ତେଣୁ ଶରୀରରୁ ଅନେକ ପୋଷକ ତତ୍ତ୍ୱ ବାହାରିଯାଉଥିଲା। ସେତେବେଳେ ଗୁଡ଼ ଦେବାକୁ ଉପକାରୀ ମନାଯାଉଥିଲା, କାରଣ ଏଥିରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଭିଟାମିନ ଭଳି ତତ୍ତ୍ୱ ଥାଏ, ଯାହା ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ।

ଆୟୁର୍ବେଦରେ ମଧ୍ୟ ସୀମିତ ପରିମାଣରେ ମିଠା ଖାଇବାକୁ ଶରୀର ପାଇଁ ଭଲ ବୋଲି କୁହାଯାଇଛି। ବିଶେଷ କରି ଗ୍ରୀଷ୍ମକାଳରେ ବାହାରୁ ଆସୁଥିବା ଲୋକଙ୍କୁ ପାଣି ସହ ଗୁଡ଼ କିମ୍ବା ମିଶ୍ରି ଦେବା ଶରୀରକୁ ସତେଜ କରିବାର ଉପାୟ ଭାବେ ଦେଖାଯାଏ ।

Comments are closed.