Latest Odisha News

BREAKING NEWS

୧୦ ସହରରେ ୧୦ ଡିଗ୍ରୀ ତଳେ ରାତିର ତାପମାତ୍ରା, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ଶୀତ ଲହରି । କାଲିଠାରୁ ବଢ଼ିଛି ଥଣ୍ଡା । ପାଣିପାଗ ବିଭାଗ କହିଛି ଶୀତ ଲହରି ଆହୁରି ୨ ଦିନ ଜାରି ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଥିଲା ଦାରିଙ୍ଗିବାଡ଼ି ଓ ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ରାଜ୍ୟରେ ୧୦ ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଏସବୁ ସହର ହେଲା କେନ୍ଦୁଝର, ସୋନପୁର, ଭବାନୀପାଟଣା, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼, ବଲାଙ୍ଗିରସ ଅନୁଗୋଳ ଓ ବୌଦ୍ଧ ।

ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ବାୟୁ । ଏହାର ପ୍ରଭାବରେ ଫେରିଛି ଶୀତ । ଆହୁରି ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏଥିପାଇଁ ପାଣିପାଗ ବିଭାଗ କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି । ୩୧ ତାରିଖଠାରୁ ରାତି ତାପମାତ୍ରା ବଢ଼ିବ । ଶୀତ କମିବ ।

Comments are closed, but trackbacks and pingbacks are open.