Latest Odisha News

BREAKING NEWS

ଜାତୀୟ ରଗବୀ ଟିମରେ ଓଡିଶାରୁ ୧୦ ଖେଳାଳି

ଭୁବନେଶ୍ୱର: ୧୮ ବର୍ଷରୁ କମ ବାଳକ ଓ ବାଳିକା ଏସିଆନ ରଗବୀ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଭାରତୀୟ ଦଳରେ ୫ ବାଳିକାଙ୍କ ସମେତ ଓଡିଶା ୧୦ଜଣ ସ୍ଥାନ ପାଇଛନ୍ତି । ନେପାଳର କାଠମାଣ୍ଡୁରେ ଡିସେମ୍ବର ୧୧ ଓ ୧୨ରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ୧୮ଜଣିଆ ବାଳିକା ଟିମରେ ଓଡିଶାର ଆରତୀ ମୂର୍ମୂ, ମାମା ନାୟକ, ନିର୍ମାଲ୍ୟ ରାଉତ, ପାର୍ବତୀ ହାଁସଦା ଓ ତରୁଲତା ନାୟକ ସ୍ଥାନ ପାଇଛନ୍ତି । ମାମା ଦଳର ନେତୃତ୍ୱ ନେବେ । ସେହିପରି ବାଳକ ଦଳରେ ଅଶୋକ ହାଁସଦା, ଗଣେଶ ଧନଗଡା ମାଝି, ଗୁରୁ ମାନ୍ଦ୍ରା, ଲାଚିମି ସେସା ଓ ମଙ୍ଗଳ ସୋରେନଙ୍କୁ ସୁଯୋଗ ମିଳିଛି ।

ବିହାରର ମହମ୍ମଦ ଅର୍ମାନ ଆଲାମ ବାଳକ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଓଡିଶା ରଗବୀ ଫୁଟବଲ ଆସୋସିଏଶନ ସେକ୍ରେଟାରୀ ଉପେନ୍ଦ୍ର କୁମାର ମହାନ୍ତି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.