ପୁରୀ : ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ସତସଙ୍ଗ ଠାକୁରବାଡ଼ି ପକ୍ଷରୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ ସତସଙ୍ଗ ସମଗ୍ର ଦେଶରେ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି।
ତେଣୁ ଠାକୁରଙ୍କ ଆଗମନର ଶହେ ବର୍ଷ ପୂର୍ତ୍ତିରେ ଏକ ସୁନ୍ଦର ଓଡିଶା ଓ ସୁନ୍ଦର ଭାରତବର୍ଷ ଗଠନ କରିବା। ଏହା ସହ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଗୁରୁଙ୍କ ଭୂମିକା ଓ ସ୍ବାର୍ଥ ବିହୀନ ପ୍ରେମ ସମ୍ପର୍କରେ ମଧ୍ୟ ଉଦବୋଧନ ଦେଇଥିଲେ।
ତେବେ କୁହାଯାଉଛି ଯେ ଠାକୁର ଅନୁକୁଳଚନ୍ଦ୍ରଙ୍କ ଦିବ୍ୟ ବାଣୀ ଥିଲା ନିଜେ ବଞ୍ଚ, ଅନ୍ୟକୁ ବଞ୍ଚାଅ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସମିତିର ଆବାହକ ବିନାୟକ ମହାପାତ୍ର, ନୃସିଂହ ତ୍ରିପାଠୀ, ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶ ବିଦେଶରୁ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀମାନେ ଯୋଗଦେଇଥିଲେ। ଏହି ଶଭାରେ ବିଭିନ୍ନ ପ୍ରକାରର ସୁବିଧା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆାୟୋଜନ କରାଯାଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରୀରେ ଜନସମୁଦ୍ର ସୃଷ୍ଟି ହୋଇଥିଲା।
Comments are closed.