Latest Odisha News

BREAKING NEWS

କ୍ରିକେଟ୍ ଖେଳି ବାଇକରେ ଫେରୁଥିଲେ ୩ ସାଙ୍ଗ, ଚାଲିଗଲା ଜୀବନ

ଭବାନୀପାଟଣା: ୨୬ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ସ୍ଥାନୀୟ ରକାବାହାଲି ଗାଁର କିଛି ସାଙ୍ଗ କ୍ରିକେଟ୍ ଖେଳିବାକୁ ଉତକେଲା ଯାଇଥିଲେ । ଗୋଟିଏ ବାଇକରେ ୩ ଜଣ ଫେରିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।

ଫାଷ୍ଟିକୁଡ଼ି ନିକଟରେ ବାଇକ ସହ ଏକ ଟ୍ରକ୍ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ୩ ସାଙ୍ଗ କ୍ରିକେଟ୍ ମ୍ୟାଚ୍ ଖେଳି ସାରି ଗୋଟିଏ ବାଇକରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତାରୋକ କରିଛନ୍ତି । ୩ ମୃତକ ରକାବାହାଲି ଗାଁର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.