Latest Odisha News

BREAKING NEWS

ଗୋଟିଏ ମାସରେ ୧୦୮ ଦେଶକୁ ମାଡିଗଲାଣି ଓମିକ୍ରନ୍‌; ୧.୫ ଲକ୍ଷରୁ ଅଧିକ ରୋଗୀ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ପ୍ରଜାତି ଯାହା ବିଶ୍ବବ୍ୟାପୀ କରୋନା ସଂକ୍ରମଣର ଗତି ବଢାଉଛି ଏହା ଅନେକ ଦେଶରେ ଡେଲଟା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ ହୋଇସାରିଛି। ଓମିକ୍ରନ୍ ଏକ ମାସ ମଧ୍ୟରେ ବିଶ୍ବର ୧୦୮ ଦେଶକୁ ବ୍ୟାପିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ୧.୫୧ ଲକ୍ଷ ଲୋକ ଓମିକ୍ରନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି। ୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।

ବ୍ରିଟେନରେ ଏପ୍ରିଲ୍ ୫ ପର୍ଯ୍ୟନ୍ତ, କେବଳ ୦,୧୦% ମାମଲା ଡେଲ୍‌ଟାରୁ ଆସୁଥିଲା, ଯାହା ମେ ମାସ ଶେଷ ସୁଦ୍ଧା ୭୪% କୁ ବୃଦ୍ଧି ପାଇଥିଲା। ଏଥି ସହିତ, ଓମିକ୍ରନ୍ ହେତୁ କରୋନା ସଂକ୍ରମଣ ଏକ ମାସ ମଧ୍ୟରେ ବ୍ରିଟେନରେ ରେକର୍ଡ ଭାଙ୍ଗିଛି। ଡିସେମ୍ବର ୨୨ ରେ, ବ୍ରିଟେନରେ ୧ ଲକ୍ଷରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ଥିଲା। ଏହାକୁ ଅଣଦେଖା ନକରି ଏଥିପ୍ରତି ଅଧିକ ସଚେତନ ହେବାକୁ ଚେତବନୀ ଦେଇଛନ୍ତି ବିଶେଷଜ୍ଞ।

Leave A Reply

Your email address will not be published.