Latest Odisha News

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

କଶ୍ମୀର: ଜମ୍ମୁ କଶ୍ମୀରର ସୋପିଆନରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ସୋପିଆନର ଚୌଗାମ୍ ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ବେଶ୍ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ନିହତ ଦୁଇ ଆତଙ୍କୀଙ୍କ ପରିଚୟ ମିଳି ପାରି ନାହିଁ । ସେମାନେ କେଉଁ ଆତଙ୍କବାଦୀ ସଂଗଠନ ସଦସ୍ୟ ଥିଲେ ସେନେଇ ଜଣା ପଡିନି ।

ଏନକାଉଣ୍ଟର ସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷା ବାହିନୀ । ଚୌଗାମ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ପ୍ରଥମେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ । ପାଲଟା ହମଲାର ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଛି ।

Leave A Reply

Your email address will not be published.