Latest Odisha News

BREAKING NEWS

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ। ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପୂର୍ବରୁ ସକାଳ ସାଢେ ୭ଟାରେ ପିଲାମାନଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଚଳିତ ବର୍ଷ ୫ଲକ୍ଷରୁ ଉର୍ଦ୍ଧ୍ଵ ପିଲା ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ପରିଚାଳନା ତଥା ଶୃଙ୍ଖଳା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି ।

ବୋର୍ଡର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବା ପାଇଁ ସୂଚୀ ରହିଛି। ତେବେ ଏହାର ଦେଢ ଘଣ୍ଟା ପୂର୍ବରୁ ହଲ୍ ଭିତରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ। ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟର ମୋଟ ୨,୯୯୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୫୧ ହଜାରରୁ ଅଧିକ ପିଲା ପରୀକ୍ଷା ଦେବେ । ସମସ୍ତ ପରୀକ୍ଷା କେନ୍ଦ୍ରରେ ପରିଚାଳନା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏଥିରେ ଉଲ୍ଲଙ୍ଘନ ହେଲେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.