Latest Odisha News

BREAKING NEWS

ରାତିରେ ବୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା ଘର ଓ ୧୧ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ରାତିରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୫ ବଖରା ଘର । ୧୧ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ହେଙ୍ଗୁପତି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଘଟପୁର ମହାଳିକ ସାହିରେ ହଠାତ୍ ନିଆଁ ଲାଗିଥିଲା । ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା ନିଆଁ ।

ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ ଗାଁ ଲୋକ । କିନ୍ତୁ ଉପାୟଶୂନ୍ୟ ହୋଇଥିଲେ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, କ୍ଷଣିକ ଭିତରେ ଗିଳିଦେଲା ୧୫ ବଖରା ଘର । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ସମ୍ପତ୍ତି ପୋଡ଼ି ଛାରଖାର ହୋଇଛି । କେହି କିଛି ଘରୁ ବାହାର କରି ପାରି ନଥିଲେ । ଗୁହାଳ ଘରେ ଥିବା ୧୧ ଗୋରୁ ଜିଅନ୍ତା ଜଳିଗଲେ ।

ବିଶେଷ କରି ଘରକୁ ଲାଗି ପାଳଗଦା ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହେଲା । ତିହିଡି, ଚାନ୍ଦବାଲି ଅଗ୍ନିଶମବାହିନୀ ପହଞ୍ଚିବା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.