ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ ୩୨ ପ୍ରକାର ଅଳଙ୍କାରରେ ଭୂଷିତ କରାଯିବ । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା ।ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖିବାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
ଏଥିସହ ଫଗୁ ଓ ଅବିର ଖେଳିବେ ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ ଓ ରତ୍ନସିଂହାସନରେ ପୂଜା ପାଉଥିବା ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରିବେ । ଶ୍ରୀମନ୍ଦିର ବେଢ଼ା ସାତ ଥର ପ୍ରଦିକ୍ଷଣ କରିବେ । ଅବିର ଖେଳ ମଧ୍ୟରେ ବିମାନ ଦୋଳବେଦୀକୁ ବିଜେ କରିବାର ପରମ୍ପରା ରହିଛି । ଏହାସହ ଆଜିର ଦିନରେ ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜିି ପଢାଯିବାର ପରମ୍ପରା ବି ରହିଛି ।
BREAKING NEWS
- ସାପ କାମୁଡାରେ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ
- ବୟସ ଲୁଚାଇବାକୁ ଯାଇ ଏଚଆଇଭି ସଂକ୍ରମିତ ହେଲେ ୩ଜଣ ମହିଳା
- କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ, ‘ଓଡିଶାରେ ସବୁବେଳେ ନବୀନବାବୁଙ୍କ ଇଞ୍ଜିନ ହିଁ ଚାଲିବ’
- କାର୍-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
- ରୋମାଂଚକ ମୁକାବିଲାରେ ଦିଲ୍ଲୀ ବିଜୟୀ, ହରଡଘଣାରେ ପଡିଲା ମୁମ୍ବାଇ
- ଷ୍ଟାଡିୟମରେ ପିଲାଙ୍କ ଭଳି ଦଉଡି ଦଉଡି ଗୁଡି ଧରିଲେ ପନ୍ତ
- ସ୍ପାଇଡର ମ୍ୟାନ ହୋଇ ଷ୍ଟଂଟ କରୁଥିଲେ, ପୋଲିସ ଛଡାଇଲା ହୀରୋଗୀରି
- ପୁନମ ମହାଜନଙ୍କ କଟିଲା ଟିକେଟ୍, ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି
- ଦକ୍ଷିଣ ଭାରତରେ ଜଳ ସଙ୍କଟ ଚିନ୍ତାଜନକ
- ପାଣି ନାହିଁ ତ ଭୋଟ୍ ବି ନାହିଁ, ନେତାଙ୍କୁ ଗାଁରେ ପୁରାଇ ଦେବୁନୁ