Latest Odisha News

BREAKING NEWS

ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ସମ୍ବଲପୁର : ବୁର୍ଲା ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୪ରେ ପହଞ୍ଚିଛି । ଏନେଇ ଭିମସାର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ଭିମସାର ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା ଭିମସାର ଅଧୀକ୍ଷକ ପ୍ରଫେସର . ଲାଲମୋହନ ନାୟକ କହିଥିଲେ ।

କେବଳ ଏକ ଛାତ୍ରବାସରେ ଜଣେ ସଫେଇ କର୍ମଚାରୀ ସଂକ୍ରମିତ ହୋଇଥିବା ସେ କହିଥିଲେ । ଏନେଇ ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାପାଳ ଶୁଭମ ସକ୍ସେନା ଭିଡିଓ କନଫରେନ୍ସିରେ ଭିମସାରର ସମସ୍ତ ପ୍ରମୁଖ ପଦାଧିକାରୀଙ୍କ ସହ ସଂକ୍ରମଣ ରୋକିବା ଓ ପରବର୍ତ୍ତୀ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଜଣାପିଡିଛି ଯେ ଭିମସାରରେ ଆୟୋଜିତ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଥିଲା ।

Leave A Reply

Your email address will not be published.