Latest Odisha News

BREAKING NEWS

ରମଜାନ ପୂର୍ବରୁ ଦେଶରେ ଜାଣିଶୁଣି ସିଏଏ ଲାଗୁ କଲା ବିଜେପି: ମମତା

କୋଲକାତା: ଦେଶରେ ସିଏଏ ଲାଗୁକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିରୋଧୀ ଏହି ଆଇନକୁ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସିଏଏକୁ ସେ ସ୍ବିକାର କରୁନାହାଁନ୍ତି କି ଆଗକୁ କରିବେନି । ବିଜେପି ଦୁଇ ଆସନରେ ବିଜୟ ହେବାକୁ ସାଧାରଣ ଜନତାଙ୍କୁ  ଧୋଖା ଦେଉଛି ।ଏହି ନିୟମ ଭାରତୀୟ ସମ୍ବିଧାନକୁ ଧର୍ମନିରପେକ୍ଷକୁ କ୍ଷତି ପହଞ୍ଚାଉଛି ।

ଟିଏମସି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ସିଏଏକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଯେଉଁ ଲୋକଙ୍କୁ ଫର୍ମ ପୁରଣ କରିବାକୁ କୁହାଯାଇଛି ସେ ସେହି ସମୟରେ ବେଆଇନ୍ ପ୍ରବାସୀ ହୋଇଯିବେ । ତାପରେ ସେମାନଙ୍କ ସମ୍ପତିର କ’ଣ ହେବ । ପ୍ରତାରଣା, ଛଳନା କରି ନାଗରିକଙ୍କ ଅଧିକାରକୁ ଛଡ଼ାଇବା ପାଇଁ ଏକ ପ୍ରୟାସ କରାଯାଉଛି ।

ନିର୍ବାଚନ ପୂର୍ବରୁ ଯୁଦ୍ଧ ଯୁଦ୍ଧ ଖେଳୁଛି ବିଜେପି । ଆସାମରେ ୧୩ଲକ୍ଷ ହିନ୍ଦୁଙ୍କ ନାମ ହଟାଇ ଦିଆଯାଇ ସେମାନଙ୍କୁ ଏବେ ଆପ୍ଲାଏ କରିବାକୁ କୁହାଯାଇଛି । ସେମାନେ ଆବେଦନ କରିବା ମାତ୍ରେ ସେମାନେ ବେଆଇନ ଅନୁପ୍ରବେଶକାରୀ ବୋଲି ପ୍ରମାଣ ହେବ ସେମାନଙ୍କ ଜମି ଓ ଘର କ’ଣ ହେବ । ବିଜେପି ଉପରେ ବର୍ଷି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ରମଜାନ ଆରମ୍ଭ ହୋଇଛି ଏହାକୁ ଦୃଷ୍ଟିରେ ରଖି ସିଏଏ ଲାଗୁ କରିବାର ଦିନ ମଧ୍ୟ ଚୟନ କରିଛନ୍ତି । ମିଆଁମାର କାହିଁକି ହେଲା ନାହିଁ? ଆଫଗାନିସ୍ତାନ କିପରି ଏହି ତାଲିକାରେ ସ୍ଥାନ ପାଇଲା? ଆପଣ ଆବେଦନ କରିବା ମାତ୍ରେ ଆପଣଙ୍କର ଅଧିକାର ଛଡ଼ାଇ ନିଆଯିବ ।

 

Leave A Reply

Your email address will not be published.