Latest Odisha News

BREAKING NEWS

ଉଠା ଜଳସେଚନ ନିଗମ ପଦରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ତଥା ପାର୍ଟି ଉପାଧ୍ୟକ୍ଷ ରଘୁନାଥ ମହାନ୍ତି ଶନିବାର ଦିନ ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ନବୀନ ନିବାସରେ ପହଞ୍ଚି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ନିଜର ବ୍ୟକ୍ତିଗତ କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ବାଲେଶ୍ୱର ଜିଲ୍ଲାର ବସ୍ତା ଆସନରୁ ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏସର୍ମ୍ପକୀତ ପାର୍ଟି ଅଧ୍ୟକ୍ଷ ଯାହା ନିଷ୍ପତ୍ତି ନେବେ ।

ଉଲ୍ଲେଖଯୋଗ୍ୟ, ଶ୍ରୀଯୁକ୍ତ ମହାନ୍ତି ୨୦୧୩ ମସିହା ମାର୍ଚ୍ଚରେ ନିଜ ବୋହୂକୁ ବର୍ଷା ସୋନୀ ଚୌଧୁରୀକୁ ଯୌତୁକ ନିର୍ଯ୍ୟାତନା ଦେବା ଅଭିଯୋଗ ମାମଲାରେ ଗିରଫ ହୋଇଥିଲେ । ତେବେ ୧୯୯୦ ମସିହା ପରେ ୫ଥର ବସ୍ତା ବିଧାୟକ ହୋଇଥିବା ଶ୍ରୀଯୁକ୍ତ ମହାନ୍ତିଙ୍କୁ ଦଳ ୨୦୧୪ ନିର୍ବାଚନରେ ଟିକେଟରୁ ବଞ୍ଚିତ କରିଥିଲା ।

ପରବର୍ତ୍ତୀ ସମୟରେ ତାଙ୍କୁ ୨୦୧୮ ମସିହା ମାର୍ଚ୍ଚ ୧୬ ତାରିଖରେ ଦଳର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା ।

Leave A Reply

Your email address will not be published.