Latest Odisha News

BREAKING NEWS

ପୁନର୍ବାର ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ହେଲେ ସଚିନଙ୍କ ପୁତ୍ର ଅର୍ଜୁନ

ବାଙ୍ଗାଲୋର: ଆଇପିଏଲ ନିଲାମରେ ଆଗାମୀ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପୁନର୍ବାର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଦଳରେ ସାମିଲ କରିଛି । ଫ୍ରାଂଚାଇଜ ତାଙ୍କୁ ୩୦ ଲକ୍ଷରେ କ୍ରୟ କରିଛି । ଅର୍ଜୁନଙ୍କ ବେସ ପ୍ରାଇସ ୨୦ ଲକ୍ଷ ଥିଲା । ସେ କୌଣସି ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ୨୦୨୧ ସଂସ୍କରଣରେ ତାଙ୍କୁ ମୁମ୍ବାଇ ବେସ ପ୍ରାଇସରେ ଦଳରେ ସାମିଲ କରିଥିଲା । ଗତ ବର୍ଷ ସେ ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମୁମ୍ବାଇ ଦଳରେ ସ୍ଥାନ ପାଇଥିଲେ ।

ନିକଟରେ ପୃଥ୍ୱୀ ଶ ନେତୃତ୍ୱାଧୀନ ମୁମ୍ବାଇ ରଣଜୀ ଟିମରେ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇଛି । ସଚିନ ତେନ୍ଦୁଲକର ୨୦୦୮ରୁ ୧୩ ପର୍ଯ୍ୟନ୍ତ ମୁମ୍ବାଇ ପକ୍ଷରୁ ୭୮ ମ୍ୟାଚ ଖେଳିଥିଲେ । ଏବେ ତାଙ୍କୁ ଦଳର ମେଂଟର କରାଯାଇଛି ।

Comments are closed, but trackbacks and pingbacks are open.